PART -1

ଗୋଟିଏ ମଣିଷ ଜୀବନ ଭିତରେ ଲକ୍ଷ ଲକ୍ଷ ମନୁଷ୍ୟମାନଙ୍କୁ ଦର୍ଶନ କରିଥା ଏବଂ ବହୁ ଲୋକଙ୍କ ସାନ୍ନିଧ୍ୟଲାଭ କରିଥାଏ। କିନ୍ତୁ ସମସ୍ତଙ୍କର ସ୍ଵଭାବ ଏକ ପ୍ରକାର ନୁହେଁ ଏବଂ ସମସ୍ତଙ୍କର ବ୍ୟବହାର ସମାନ ନଥାଏ । ଫଳରେ ନିଜ ନିଜ ଭିତରେ ବାକ୍‌ବିତଣ୍ଡା, ଝଗଡ଼ା ଇତ୍ୟାଦିଉତ୍ପନ୍ନ ହେବାର ଉପକ୍ରମ ଥାଏ ।

ମୁହଁ :

  • ଯେଉଁ କନ୍ୟା ସନ୍ତାନର ମୁହଁ ନିଜ ପିତାଙ୍କ ଭଳି ଏବଂ ମାତାଙ୍କ ମୁହଁ ପୁତ୍ରର ମୁହଁ ସହିତ ସାମଞ୍ଜସ୍ୟ ଥାଏ ସେ ସନ୍ତାନ ନିଶ୍ଚିତ ସୁଖୀ ଏଥ‌ିରେ ସନ୍ଦେହ ନାହିଁ ।
  • ଯେଉଁ ମନୁଷ୍ୟ ମୁହଁରେ ହସ ନଥାଏ, ସେ ମଣିଷ ସାରା ଜୀବନ ଦୁଃଖ- ଦାରିଦ୍ରତା ଭୋଗ କରନ୍ତି । ଯେଉଁ ମଣିଷଙ୍କର ମୁହଁ ଚାରିକୋଣିଆ, ସେମାନେ ଭୀଷଣ ଭାବେ

ଚତୁର ତଥା ବୁଦ୍ଧିମାନ ହୋଇଥାନ୍ତି । ଯେଉଁ ମଣିଷଙ୍କର ମୁହଁ ଗୋଲ୍ ସେମାନେ ବହୁତ ଧନବାନ୍ ହୋଇଥାନ୍ତି । *

*

  • ଯେଉଁ ମଣିଷଙ୍କ ମୁହଁ ଭୀରୁଙ୍କ ଭଳି, ସେ ପାପ କର୍ମରେ ଲିପ୍ତ ଥାଏ । ଯାହାର ମୁହଁ ଦେହ ଅନୁସାରେ ଛୋଟ, ସେମାନେ ବହୁତ କୃପଣ ହୋଇଥାନ୍ତି । *

ଯେଉଁମାନଙ୍କ ମୁହଁ ଦେଖିଲେ ଝିଅ ପିଲାଙ୍କ ଭଳି ମନେ ହୁଏ, ସେହିମାନେ ଅପୁତ୍ରିକ ହେଇଥାନ୍ତି ।

ମୁଣ୍ଡ :

ଯେଉଁ ପୁରୁଷର ମୁଣ୍ଡ ବଡ଼, ସେମାନେ ବୁଦ୍ଧିମାନ ଓ ଜ୍ଞାନୀ ହୋଇଥାନ୍ତି, କିନ୍ତୁ ମହିଳାମାନଙ୍କର ବଡ଼ ମୁଣ୍ଡ ହେଲେ ସେମାନେ କଳହପ୍ରିୟା ହୋଇଥାନ୍ତି ।

ଯେଉଁ ସ୍ତ୍ରୀମାନଙ୍କର ମୁଣ୍ଡ ଛୋଟ ସେମାନେ ବିଧବା ହେବାର ସମ୍ଭାବନା ଥାଏ ।

  • ଯେଉଁ ସ୍ତ୍ରୀମାନଙ୍କର ମୁଣ୍ଡ ଶରୀରଠାରୁ ବଡ଼ ହୁଏ, ସେମାନଙ୍କ ସ୍ବାମୀ ବିୟୋଗର ସମ୍ଭାବନା ଥାଏ ଅର୍ଥାତ ବିଧବା ହେବାର ସମ୍ଭାବନା ।
  • ଯେଉଁ ପୁରୁଷର ମୁଣ୍ଡ ଗୋଲ ଏବଂ ପଛପାଖ ଚନ୍ଦା ହୋଇଥାଏ, ସେମାନେ ଧନବାନ୍ ହୋଇଥାନ୍ତି । ଯେଉଁ ସ୍ତ୍ରୀର ମୁଣ୍ଡ ଦୀର୍ଘ ସେମାନେ ବନ୍ଧ୍ୟା ହୋଇଥାନ୍ତି ।

ଯେଉଁ ସ୍ତ୍ରୀମାନଙ୍କର ମୁଣ୍ଡ ଲମ୍ବା ହୋଇଥାଏ, ସେମାନଙ୍କର ସନ୍ତାନ ଧାରଣ କ୍ଷମତା କମ୍ ହୁଏ ।

ଯେଉଁ ସ୍ତ୍ରୀଙ୍କର ମୁଣ୍ଡରେ ରୁମ ଏବଂ ଶିରା ଦେଖାଯାଏ, ସେମାନେ ଚିର ବ୍ୟାଧଯୁକ୍ତା ହୋଇଥାନ୍ତି । **

ଯେଉଁ ସ୍ତ୍ରୀଙ୍କର ମୁଣ୍ଡ ମୋଟା, ସେମାନେ ସ୍ଵାମୀ ଅପ୍ରିୟା ଏବଂ ଦୁର୍ଭାଗ୍ୟ ସେମାନଙ୍କ ପିଛା ଛାଡ଼େ ନାହିଁ ।

ଚୁଳ (ଚୁଟି) :

ଯେଉଁ ମହିଳାଙ୍କ ଚୁଳ ସାମାନ୍ୟ କୁଞ୍ଚକୁଞ୍ଚୁଆ ଏବଂ କଳା, ସେମାନେ ଅତି ସୌଭାଗ୍ୟବତୀ ହୋଇଥାନ୍ତି ।

ଯେଉଁ ସ୍ତ୍ରୀଲୋକର ଚୁଟି ଛୋଟ ସୁନ୍ଦର ଏବଂ ଦେହର ରଙ୍ଗ ଗୋରା ସେମାନେ ଅନେକ ସନ୍ତାନ ଜନ୍ମ ଦେଇଥାନ୍ତି।

ଯେଉଁ ଲୋକର ଦେହସାରା ସରଳ ସଥା ମସୃଣ ରୁମ ଥାଏ ,ସେମାନେ ସରଳ ପ୍ରକୃତିର ହୋଇଥାନ୍ତି ।

ଯେଉଁ ସ୍ତ୍ରୀ ବା ପୁରୁଷଙ୍କର ମୁଣ୍ଡ ଅସମାନ, ନଡ଼ିଆପରି ଆଗକୁ ବାହାରି ଆସିଛି ସେମାନେ ଭବିଷ୍ୟତରେ ପାଗଳା ହୋଇଥାନ୍ତି ।

ଯେଉଁ ସ୍ତ୍ରୀ ବା ପୁରୁଷଙ୍କର ମୁଣ୍ଡ ଅସ୍ଵାଭାବିକ ଭାବରେ ଚେପ୍‌ଟା ସେମାନେ ଚିର ରୁଗ୍‌ଣ ହୋଇଥାନ୍ତି ।

  • ଯେଉଁ ପୁରୁଷର ମୁଣ୍ଡର ଚୁଟି ବା ଚୁଳ କୁଞ୍ଚ କୁଞ୍ଚି ସେମାନେ ବଦ୍‌ରାଗୀ, ସରଳମନା, ଭାବିଚିନ୍ତି କଥା ନ କହି ରୋକ୍‌ଠୋକ୍‌ କଥା କହିବା ଏବଂ ଜିଦିଆ ପ୍ରକୃତିର ହୋଇଥାନ୍ତି ।

ଓଠ :

ଯେଉଁ ଝିଅମାନଙ୍କ ଓଠ ଉଚ୍ଚ ସେମାନେ ଖୁବ୍ କଜିଆ ଖୋରଣୀ ହୋଇଥାନ୍ତି ।

ଯେଉଁ ସ୍ତ୍ରୀଲୋକଙ୍କ ଓଠ କଳା ଓ ମୋଟା ସେମାନେ ବିଧବା ହୁଅନ୍ତି । ଯେଉଁ ସ୍ତ୍ରୀଲୋକଙ୍କ ଓଠ ମସୃଣନୁହେଁ, ମଧ୍ୟଭାଗରେ ନୀଳା

ସେମାନେ ଦୁଃଖୀ ହୋଇଥାନ୍ତି ।

ଝିଅମାନଙ୍କର ଓଠ ବଡ଼ ହେଲେ ସେମାନେ ସବୁ କାର୍ଯ୍ୟକୁ କଜିଆ ଦ୍ବାରା ସମାଧାନ କରିବାରେ ସିଦ୍ଧହସ୍ତ । *

ଯେଉଁ ଝିଅମାନଙ୍କ ଓଠ ବହୁତ ବଡ଼ ସେମାନେ ଗରୀବ ହୋଇଥାନ୍ତି ।

ଯେଉଁ ସ୍ତ୍ରୀମାନଙ୍କର ଓଠ ପତଳା, ମସୃଣ ସେମାନେ ସୁଲକ୍ଷଣା ହୋଇଥାନ୍ତି ।

  • ଯେଉଁ ସ୍ତ୍ରୀମାନଙ୍କର ଦୁଇଟି ଯାକ ଓଠ ସମାନ ସେମାନେ ସୁଖୀ ହୋଇଥାନ୍ତି ।

ଯେଉଁ ନାରୀମାନଙ୍କର ନାକ ସୁଗୋଲ, ସବଳ ସେମାନେ ସମସ୍ତଙ୍କ

ନାକ :

  • ଯେଉଁ ନାରୀର ନାକର ଅଗ୍ରଭାଗ ମୋଟା, ଉଚ୍ଚ ଏବଂ ମଧ୍ୟଭାଗ ନୀଚ୍ଚ ସେମାନେ ଅଲକ୍ଷଣା ପ୍ରିୟପାତ୍ର ହୋଇଥାନ୍ତି ।

ଯେଉଁ ନାରୀର ନାକର ଅଗ୍ରଭାଗ କୁଞ୍ଚ ଓ ରକ୍ତବର୍ଷ ସେମାନେ ଖୁବ୍ ଚଞ୍ଚଳ ବିଧବା ଓ ଚିର ଦୁଃଖିନୀ ହୋଇଥାନ୍ତି । ଯେଉଁ ନାରୀର ନାକ ଛୋଟ ବା ଦୀର୍ଘ, ସେମାନେ ଖୁବ୍ କଜିଆଖୋରଣୀ ହୋଇଥାନ୍ତି ।

ଯେଉଁ ନାରୀର ନାକ ଚେପ୍‌ଟା, ସେମାନେ ଦାସୀବୃତ୍ତି କରିଥାନ୍ତି ଯେଉଁ ପୁରୁଷର ନାକ ଅଗ୍ରଭାଗ ବଙ୍କା ଥାଏ, ସେମାନେ ନିଶାଗ୍ରସ୍ତ ହୋଇଥାନ୍ତି ।

ଯେଉଁ ପୁରୁଷର ନାଳର ଅଗ୍ରଭାଗ ଶୁଖୁଲା ଥାଏ, ସେମାନେ ଅଳ୍ପାୟୁ ହୋଇଥାଏ ।

  • ଯେଉଁ ନାରୀ ମାନଙ୍କର ନାକର ଅଗ୍ରଭାଗ ଲାଲ୍, ଏବଂ କୁଞ୍ଚୁକୁଞ୍ଚିଆ ରହେ, ସେମାନେ ବିଧବା ହବାର ଯଥେଷ୍ଟ ସୁଚନା ମିଳେ ।
  • ଯେଉଁ ପୁରଷ ବା ନାରୀମାନଙ୍କର ନାକ ଅତି ଚେପ୍‌ଟା ସେମାନେ ଖୁବ୍ ବୁଦ୍ଧିମାନ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *